Categories: ଜାତୀୟ

ସଂସଦରେ ପ୍ରଥମ ଥର ପାଇଁ ଘଟିଲା ୫ ନୂଆ ଘଟଣା !

ନୂଆଦିଲ୍ଲୀ, ୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ସଂସଦରେ ୫ଟି ନୂଆ ଘଟଣା ଘଟିଛି। ସଂସଦ ଆରମ୍ଭ ହେବା ସମୟରେ ସଦସ୍ୟମାନେ ମୋବାଇଲ୍‌ ଆପ୍‌ ଦ୍ୱାରା ଉପସ୍ଥାନ ଦେଇଥିଲେ। ସେହିପରି ଲୋକ ସଭାର କାର୍ଯ୍ୟ ମାତ୍ର ୪ ଘଣ୍ଟା ପାଇଁ ଜାରି ରହିଥିଲା। ସଂସଦରେ ପ୍ରଶ୍ନକାଳ ହୋଇ ନ ଥିଲା। ଶୂନ୍ୟକାଳକୁ ସୀମିତ ରଖାଯାଇଥିଲା। ସଦସ୍ୟମାନେ ନିଜ ନିଜ ଆସନରେ ବସି ଉତ୍ତର ଦେଇଥିଲେ। ଯାହାକି ପୂର୍ବରୁ କେବେ ସଂସଦ ଇତିହାସରେ ହୋଇ ନ ଥିଲା। ସେହିପରି ଲୋକ ସଭା ସଦସ୍ୟ ରାଜ୍ୟ ସଭାରେ ବସି ଗୃହର ସାଧାରଣ କାର୍ଯ୍ୟରେ ଯୋଗ ଦେଇଥିଲେ। କରୋନା ମହାମାରୀ ସଂକ୍ରମଣ ଯୋଗୁ ଚଳିତ ଥର ଏହି ୫ଟି ଘଟଣା ପ୍ରଥମ ଥର ପାଇଁ ଘଟିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରାୟ ୪୦୦୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଏମ୍‌ପି ଏବଂ ସେମାନଙ୍କ ଷ୍ଟାଫ୍‌ ତଥା ସୁରକ୍ଷାକର୍ମୀ ରହିଥିଲେ। ଲୋକ ସଭାରେ ୨୦୦ ଜଣ ସଦସ୍ୟଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଇଥିଲା। ୩୦ ଜଣ ସଦସ୍ୟ ଗ୍ୟାଲେରିରେ ବସିଥିଲେ। ଅବଶିଷ୍ଟ ସଦସ୍ୟ ରାଜ୍ୟ ସଭାରେ ବସିଥବଲେ। ଲୋକ ସଭାରେ ଏକ ବଡ଼ ସ୍କ୍ରିନ୍‌ ଲଗାଯାଇଥିଲା। ଏଥିରେ ରାଜ୍ୟ ସଭାରେ ବସିଥିବା ଲୋକ ସଭା ସଦସ୍ୟଙ୍କୁ ଦେଖିବାକୁ ମିଳୁଥିଲା।

Share