Categories: ଜାତୀୟ

୫ ନୂଆ ବିଚାରପତି ଶପଥ ନେଲେ

ନୂଆଦିଲ୍ଲୀ,୭।୨: ସୁପ୍ରିମକୋର୍ଟର ୫ ଜଣ ନବନିଯୁକ୍ତ ବିଚାରପତିଙ୍କୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ସୋମବାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ ପରିସରରେ ଜଷ୍ଟିସ ପଙ୍କଜ ମିଥାଲ, ସଞ୍ଜୟ କାରୋଲ, ପି.ଭି. ସଞ୍ଜୟ କୁମାର, ଅସାଉଦ୍ଦିନ୍‌ ଅମନୁଲ୍ଲା ଏବଂ ମନୋଜ ମିଶ୍ରା ଶପଥ ପାଠ କରିଥିଲେ। ଏମାନଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି, ଯାହା ପୂର୍ଣ୍ଣ ସାମର୍ଥ୍ୟରୁ ୨ କମ୍‌। ଉପରୋକ୍ତ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଲାଗି କଲେଜିୟମ ଗତବର୍ଷ ଡିସେମ୍ବର ୧୩ରେ ସୁପାରିସ କରିଥିଲେ। ସୁପ୍ରିମକୋର୍ଟ ଏବଂ ଦେଶର ୨୫ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ଅଦାଲତଙ୍କ କଡ଼ା ଚେତାବନୀ ପରେ ୫ ବିଚାରପତିଙ୍କୁ ନିଯୁକ୍ତି ମିଳିଛି।

Share