୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର ଧୀରେନ ନାଏକ ଏବଂ ଯୋଗୀବନ୍ଧର ବିଶ୍ୱେଶ୍ୱର ନାଏକ, ବାଲେଶ୍ୱରର କୁଲଡିହା ଅଞ୍ଚଳର ରାଜୁ ନାଏକ, ନବରଙ୍ଗପୁରର ଭଗବାନ ଭୋତ୍ରା ଏବଂ ଭଦ୍ରକ ଜିଲାର ତପନ ମଣ୍ଡଳ। ଗତ ୧୨ ତାରିଖରେ ସିଲ୍‌କ୍ୟାରା ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ସେମାନେ ୧୭ ଦିନ ହେଲା ଏହା ଭିତରେ ଫସିରହିଥିଲେ। ଭାରତୀୟ ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆରଏଫଏ ଅନ୍ୟାନ୍ୟ ସଂସ୍ଥା ତଥା ଖନନ ବିଶେଷଜ୍ଞମାନଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସମସ୍ତ ୪୧ ଶ୍ରମିକଙ୍କୁ ସୁଡ଼ଙ୍ଗ ବାହାରକୁ ଅଣାଯାଇଛି। ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାଏକଙ୍କୁ ଉତ୍ତରାଖଣ୍ଡ ପଠାଇଥିଲେ। ଓଡ଼ିଆ ଶ୍ରମିକମାନଙ୍କୁ ପାଛୋଟିବା ପାଇଁ ସେମାନଙ୍କ ପରିବାରରୁ ଜଣେ ଲେଖାଏ ଉତ୍ତରାଖଣ୍ଡ ଯାଇଥିଲେ।

Share