Categories: ଖେଳ

ଏନ୍‌ସିଏ କ୍ୟାମ୍ପରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ବିସିସିଆଇ ଘରୋଇ ସିଜନ ୨୦୨୨-୨୩ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଓଡ଼ିଶାର ୧୯ ବର୍ଷରୁ କମ୍‌ ୫ ମହିଳା ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) କ୍ୟାମ୍ପପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପ୍ରିୟଙ୍କରି ମୁଦୁଲି, ଶୁଚିସ୍ମିତା ପଣ୍ଡା, ଏସ୍‌.ବି. ଲରେନ୍ସ, ଦିବ୍ୟା ରାଉତରାୟ ଓ ତନ୍ମୟୀ ବେହେରା। ଏନ୍‌ସିଏ କ୍ୟାମ୍ପ ବିଭିନ୍ନ ସ୍ଥାନରେ ଏପ୍ରିଲ ୧୭ରୁ ମେ ୧୧ ପର୍ଯ୍ୟନ୍ତ ଚାଲିବ। ଟିମ୍‌ ‘ଏ’ କ୍ୟାମ୍ପ୍‌ରେ ପ୍ରିୟଙ୍କରି ଓ ସୁଚିସ୍ମିତା ସୁଲତାନପୁରରେ ଟ୍ରେନିଂ ନେବେ। ଟିମ୍‌ ‘ବି’ କ୍ୟାମ୍ପ ରାଞ୍ଚତ୍ରେ ଅନୁଷ୍ଠିତ ହେବ। ସେଠାରେ ଲରେନ୍ସ ସାମିଲ ହେବେ। ଟିମ୍‌ ‘ଡି’ କ୍ୟାମ୍ପ ଭାଲସାଡରେ ହେବ ଏବଂ ସେଥିରେ ଦିବ୍ୟା ଓ ତନ୍ମୟୀ ସାମିଲ ରହିବେ। ମନୋନୀତ ହୋଇଥିବା ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

 

Share