ବିରୋଧ ପ୍ରଦର୍ଶନବେଳେ ଗାଜା ସୀମାରେ ବିସ୍ଫୋରଣ, ୫ପାଲେଷ୍ଟାଇନ ନାଗରିକ ମୃତ

ଗାଜା,୧୪।୯: ଅନେକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲର ଜେଲରେ ଥିବାରୁ ଇସ୍ରାଏଲ ଏବଂ ଗାଜା ସୀମାରେ ଗତ କିଛି ମାସ ଧରି ଶାନ୍ତିପୂର୍ଣ୍ଣ ବିେରୋଧ ପ୍ରଦର୍ଶନ ହେଉଥିଲା। କିନ୍ତୁ ଧିରେ ଧିରେ ତାହା ତୀବ୍ର ହେବାକୁ ଲାଗିଲା। ତେବେ ବୁଧବାର ବିସ୍ଫୋରଣରେ ଘଟଣାସ୍ଥଳରେ ୫ଜଣ ପ୍ରାଣ ହରାଇଛନ୍ତି। ବିସ୍ଫୋରକ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି ଯେଉଁଥିରେ ୫ଜଣଙ୍କର ଜୀବନ ଯାଇଛି।

ସୂଚନାଯୋଗ୍ୟ, ଅନେକ ପାଲେଷ୍ଟାଇନ ନାଗରିକ ଇସ୍ରାଏଲର ଜେଲରେ ରହିଛନ୍ତି, ଯାହା ବିରୋଧରେ ଗାଜାର ଯୁବକମାନେ ଇସ୍ରାଏଲ ସୀମାରେ ବିରୋଧ ପ୍ରଦର୍ଶନ କରୁଥିଲେ। ତେବେ ଏହି ସମୟରେ ବ୍ୟବହାର ହେବାକୁ ଥିବା ଏକ ବିସ୍ଫୋଟ ଉପକରଣରେ ଏହି ବିସ୍ଫୋରଣ ଘଟିଛି। ଏନେଇ ଇସ୍ରାଏଲ ସେନା କହିଛି ଯେ, ପ୍ରଦର୍ଶନକାରୀମାନେ ସୀମା ପାର କରି ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Share