ପାଟନା,୧୫।୧: ବିହାରର ନାଳନ୍ଦା ଜିଲା ଅଞ୍ଚଳରେ ଶନିବାର ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ନାଲନ୍ଦା ଜିଲାର ସୋହରସାଇ ଥାନା ଅଧୀନ ପାହାଡ଼ତାଲି ଅଞ୍ଚଳରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେହିପରି ମନପୁରରେ ୩ ଜଣଙ୍କ ଜୀବନ ଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସମ୍ପର୍କୀୟଙ୍କ କହିବା ମୁତାବକ, ମଦ ପିଇବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ପରେ ସେମାନଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଏସ୍ଏଚଓ ସୁରେଶ ପ୍ରସାଦ ଏବଂ ସଦର ଡିଏସ୍ପି ଡ. ଶିବଲି ନୋମାନି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ଏଥିସହିତ ସ୍ଥାନୀୟ ଲୋକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।