ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ହାଇୱା ଧକ୍କାରେ ୫ମୃତ

ସୁନ୍ଦରଗଡ଼, ୧୭ା୧୨: ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ହାଇୱା ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମୃତ ସମସ୍ତ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି।

ହାଇୱା ଧକ୍କା ହେବା ପରେ ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ପ୍ରାୟ ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡିଥିଲା। ଅଟୋ ତଳେ କିଛି ଲୋକେ ଚାପି ହୋଇଯାଇଥିଲେ, ଯେଉଁମାନଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ମେଡିକାଲକୁ ପଠାଯାଇଛି।

ଅଟୋରେ ଥିବା ଲୋକମାନେ ସମସ୍ତେ ସୁନ୍ଦରଗଡ଼ ବଗିଚା ପଡ଼ାର ବୋଲି ଜଣାପଡିଛି। ଆଜି ସେମାନେ ପାଖରେ ଥିବା ସରସ୍ଵତୀ ନାଳକୁ ଭୋଜି କରିବା ପାଇଁ ଯାଇଥିଲେ ଏବଂ ଫେରିବା ସମୟରେ ପ୍ରାୟ ଅପରାହ୍ନ ସାଢେ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀ ଠାରୁ ସୂଚନା ମିଳିଛି। ଆହତ ମାନଙ୍କୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଓ ସୁନ୍ଦର ଗଡ ଡାକ୍ତରଖାନାରେ ଏକ ଶୋକାକୁଳ ପରିସ୍ଥିତି ସ୍ରୁଷ୍ଟି ହୋଇଛି।

 

Share