ବିଶ୍ୱର ପସନ୍ଦର ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ। ଏହି ଖେଳରେ ନାମ, ଟଙ୍କା ସାଙ୍ଗକୁ ଲୋକପ୍ରିୟତା ମିଳିଥାଏ। ସେଥିପାଇଁ ଖେଳାଳିମାନେ ପାଲଟିଯାନ୍ତି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେହି କ୍ରମରେ ଭାରତୀୟ ଖେଳାଳିଙ୍କ ଚାହିଦା କାହିଁରେ କେତେ। ଆସନ୍ତୁ ଜାଣିବା ଭାରତର ୫ ଧନୀ ଖେଳାଳି କିଏ।
-ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର: କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କ ମୋଟ ସମ୍ପତ୍ତି ୧ହଜାର କୋଟି। କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ସେ ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।
-ମହେନ୍ଦ୍ର ସିଂହ ଧୋନୀ: ଭାରତର ଉଇକେଟକିପର ଧୋନୀଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା ଏବଂ ସମ୍ପତ୍ତି ମିଳିଛି। ହେଲେ ସେ ତାଲିକାର ଦ୍ୱିତୀୟରେ ରହିଛି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭୦୦ କୋଟିରୁ ଅଧିକ।
-ବିରାଟ କୋହଲି: କୋହଲି ୬୦୦ କୋଟି ସମ୍ପତ୍ତିର ମାଲିକ। ସେ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀର ମାଲିକ ହେବା ସହ ଅନେକ କମ୍ପାନୀର ପାର୍ଟନର।
-ସୌରଭ ଗାଙ୍ଗୁଲୀ: ଭାରତୀୟ ଖେଳାଳିଙ୍କ ମଧ୍ୟରେ ‘ଦାଦା’ ନାମରେ ପରିଚିତ ଗାଙ୍ଗୁଲି ୪୦୦ କୋଟି ସମ୍ପତ୍ତିର ମାଲିକ।
-ବିରେନ୍ଦ୍ର ସେହ୍ବାଗ: ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ୨୦୦ କୋଟି ସମ୍ପତ୍ତିର ମାଲିକ। ସେ ଅନେକ ବ୍ରାଣ୍ଡ ସହ ଜଡ଼ିତ।