୩ ବିଳାସପୂର୍ଣ୍ଣ ଘର, ୯ କୋଟିର କାର୍‌ର ମାଲିକ ହେଉଛନ୍ତି ଏହି ଅଭିନେତା; ୬୮ ଲକ୍ଷ ଟଙ୍କାର ରଖିଛନ୍ତି କେବଳ ଜୋତା

ବମ୍ବେ: ବଲିଉଡ୍‌ରେ ବିଟ୍ଟୁ ଏବଂ ରେମ୍ବୋ ନାମରେ ଖ୍ୟାତ ରଣବୀର ସିଂହଙ୍କ ଆଜି ହେଉଛି ‘ହାପି ବର୍ଥ ଡେ’। ନିଜର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ସମାଲୋଚିତ ହୋଇଥାନ୍ତି ସେ। ହେଲେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାର କ୍ଷମତା ଅଛି ତାଙ୍କ ନିକଟରେ। ପ୍ରଥମ ଫିଲ୍ମରୁ ସେ କ୍ୟାମେରା ସାମ୍ନାକୁ ଆସି ପ୍ରଶଂସିତ ହୋଇଥିଲେ। କହିବାକୁ ଗଲେ ସେ ଜଣେ ସଫଳ ଅଭିନେତା ସାଙ୍ଗକୁ ଭଲ ସ୍ବାମୀ ମଧ୍ୟ। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କୁ ବିବାହ କରି ବେଶ ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ସେ।

ବର୍ତ୍ତମାନ ସମୟରେ ଆଗଧାଡ଼ିର ନାୟକ ହୋଇଥିବାରୁ ମୋଟା ଅଙ୍କର ପାଉଣା ନେଇଥାନ୍ତି ରଣବୀର। ବିଶେଷକରି ତାଙ୍କ ସଉକ ଅନ୍ୟ ମାନଙ୍କଠାରୁ ଭିନ୍ନ ଏବଂ ସମ୍ଭ୍ରାନ୍ତ ମଧ୍ୟ। ଏବେ ସେ ବାର୍ଷିକ ୩୦ ମିଲିୟନ ଡଲାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଫିଲ୍ମ ବ୍ୟତିତ ବିଜ୍ଞାପନରୁ ମଧ୍ୟ ସେ ରୋଜଗାର କରୁଛନ୍ତି। ଏହାଛଡ଼ା ଫିଲ୍ମ ପିଛା ସେ ୧୩ କୋଟି ଓ ବିଜ୍ଞାପନ ପିଛା ୪ କୋଟି ଟଙ୍କା ଚାର୍ଜ କରୁଛନ୍ତି।

କାର୍‌ର ସଉକ ଥିବାରୁ ଅଭିନେତାଙ୍କ ପାଖରେ ରହିଛି ଅନେକ ଦାମୀ ଗାଡ଼ି। ମର୍ସଡିଜ୍‌ଠାରୁ ଆରମ୍ଭ କରି ଜାଗୁଆର, ରେଞ୍ଜ ରୋଭର ଆଦି ୯ କୋଟି ମୂଲ୍ୟର ଗାଡ଼ି ତାଙ୍କ ପାଖରେ ରହିଛି। ସେହିଭଳି ଜୋତାକୁ ପସନ୍ଦ କରୁଥିବାରୁ ହଜାରରୁ ଅଧିକ ଜୋତା ଅଛି ତାଙ୍କ ନିକଟରେ। ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସମ୍ପତ୍ତି ବିଷୟରେ କଥା ହେଲେ ଅଭିନେତା ୩୦୦ କୋଟି ସମ୍ପତ୍ତିର ମାଲିକ। ୨୦୧୫ରେ ସେ ଦକ୍ଷିଣ ମୁମ୍ବାଇରେ ୮ କୋଟି ଟଙ୍କା ବିନିମୟରେ ଆପାର୍ଟମେଣ୍ଟ କିଣିଥିଲେ। ମୁମ୍ବାଇରେ ଏକ ସି-ଫେସିଙ୍ଗ ଫ୍ଲାଟ୍‌ ମଧ୍ୟ ତାଙ୍କର ରହିଛି। ଏହାକୁ ସେ ୧୫ କୋଟି ଟଙ୍କା ଦେଇ କିଣିଛନ୍ତି। ତା ଛଡ଼ା ଗୋଆରେ ମଧ୍ୟ ୯ କୋଟି ମୂଲ୍ୟର ଏକ ବଙ୍ଗଳା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଉପରେ ସୁଧ ଛାଡ଼

ଭୁବନେଶ୍ୱର, ୧୫।୪(ସୁନିତ ମିଶ୍ର): ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ...

ଭାଜପା ଉପରେ ବର୍ଷିଲେ ପ୍ରମିଳା: କହିଲେ…

ଭୁବନେଶ୍ୱର,୧୫।୪: ଭାଜପା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଭାଜପା ସରକାର ମହାପୁରୁଷଙ୍କୁ ଉଚିତ୍‌ ସମ୍ମାନ ଦେଉନାହିଁ। ବିଜୁ...

ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଐତିହାସିକ ୱାକଫ୍ ବିଲ୍ ସଂଶୋଧନ କରିବା ପରେ ଏବେ ଦେଶରେ ଏବେ ୟୁନିଫର୍ମ ସିଭିଲ୍ କୋଡ୍...

ଶିଶୁପୁତ୍ରକୁ ଅପହରଣ ନୁହେଁ ପାଳିବାକୁ ନେଇଥିବା କହିଲେ ଅଭିଯୁକ୍ତ , ହେଲେ କହିଲେନି…

ଭୁବନେଶ୍ୱର,୧୫।୪: ଭୁନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ

ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪: KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image