ପୁରୀରେ ୫-ଟି ସଚିବ

ପୁରୀ ଅଫିସ,୨୫।୩: ପୁରୀରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଶୁକ୍ରବାର ସକାଳୁ ପହଞ୍ଚିଛନ୍ତି । ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଏହାସହ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ ଦେବଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଚତୁଃପାର୍ଶରେ ନିର୍ମାଣ ଚାଲିଥିବା ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ସେ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା, ଓବିସିସି ଓ ଟାଟା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।