୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ: ପରିଦର୍ଶନ କଲେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ୍‌

ଚିତ୍ରକୋଣ୍ଡା ୨୯ା୩ (ଡି.ଏନ୍‌.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ମଧ୍ୟାହ୍ନ ୧ଟାରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଥିଲିଠାରେ ପହଞ୍ଚତ୍ଥିଲେ।
ମଙ୍ଗଳବାର ବଡପଡ଼ାରେ ରାତ୍ରି ଯାପନ କରି ବୁଧବାର ସକାଳୁ ଚିତ୍ରକୋଣ୍ଡା ମିଶନ ଶକ୍ତି କାଫେକୁ ଯାଇ ମିଶନ ଶକ୍ତି ମା’ଙ୍କ ସହ ଆଲେଚନା କରିଥିଲେ। କାଫେରେ ଦୋସା ଏବଂ ଇଟିଲି ଟିଫିନି ଖାଇଥିଲେ। ଏହା ସହ ଚିତ୍ରକୋଣ୍ଡାସ୍ଥିତ ୫-ଟି ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶ୍ରେଣୀ କକ୍ଷ ବୁଲି ପିଲାଙ୍କୁ ପାଠ ପଚାରିଥିଲେ। ପରେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମକୁ ଯାଇ ପରିଦର୍ଶନ କରିଥିଲେ । ସେଠାରୁ ବାଲିମେଳା ମାଲକାନଗିରି ଅଭିମୁଖେ ଯାତ୍ରା କରିଥିଲେ ।

Share