କେସିଙ୍ଗା,୩୧।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ଉତକେଲାଠାରେ ଅବତରଣ କରି ପ୍ରଥମେ ଏୟାରଷ୍ଟ୍ରିପର ସମୀକ୍ଷା କରିଥିଲେ।
ପରେ ଭବାନୀପାଟଣା ଅଭିମ୍ମୁଖେ ଗସ୍ତ କରିଥିଲେ। ସହରରେ ଥିବା ବିଏମ ସ୍କୁଲ ପରିଦର୍ଶନ କରିଥିଲେ। ପରେ ଟାଉନ ନୋଡାଲ ହାଇସ୍କୁଲ ପରିଦର୍ଶନ କରି ସ୍ମାର୍ଟ ସ୍କୁଲର ଉନ୍ନତିମୂଳକ ବିଷୟ ନେଇ ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ଭବାନୀପାଟଣାର ଭଙ୍ଗାବାରିଠାରେ ନିର୍ମାଣାଧୀନ ମେଡିକାଲ କଲେଜ ପରିଦର୍ଶନ କରି ସହରରେ ଥିବା ସରକାରୀ ହସ୍ପିଟାଲ ଯାଇ ଥିଲେ। ଅକ୍ସିଜେନ ପ୍ଲାଣ୍ଟ, ମିଶନ ଶକ୍ତି, କୋଭିଡ୍ ସ୍ଥିତି ଆଦି ସମୀକ୍ଷା କରିଥିଲେ। ଏହି ଗସ୍ତରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ୫-ଟି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମିଶନ ଡାଇରେକ୍ଟର ଆର.ଭିନିଲ କୃଷ୍ଣା ପ୍ରମୁଖ ସାମିଲ ହୋଇଥିଲେ।