Categories: ଖେଳ

ଏନ୍‌ସିଏ କ୍ୟାମ୍ପ ପାଇଁ ଓଡ଼ିଶାରୁ ୫ ମନୋନୀତ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶାର ୫ ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) କ୍ୟାମ୍ପକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୧୭ରୁ ମେ’ ୧୧ ପର୍ଯ୍ୟନ୍ତ ୧୬ ବର୍ଷରୁ କମ୍‌ ଏନ୍‌ସିଏ କ୍ୟାମ୍ପ ଅନୁଷ୍ଠିତ ହେବ। ସୁରଟରେ ହେବାକୁଥିବା ଟିମ୍‌-ସି କ୍ୟାମ୍ପ ପାଇଁ ରତିରଞ୍ଜନ ବାରିକ ଓ ପ୍ରିୟାଂଶୁ ମହାନ୍ତି ଏବଂ ଅନନ୍ତପୁରରେ ଟିମ୍‌-ଇ କ୍ୟାମ୍ପ ଲାଗି ସୟଦ ତୈଫେଲ ଅହମଦ ମନୋନୀତ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଏନ୍‌ସିଏ କ୍ୟାମ୍ପ ଏପ୍ରିଲ ୨୪ରୁ ମେ’ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନାଦିଆଦରେ ହେବାକୁଥିବା ଟିମ୍‌-ବି କ୍ୟାମ୍ପ ଲାଗି ଶ୍ରେୟାଂଶ ଭରଦ୍ୱାଜ ଏବଂ କାନପୁରରେ ଟିମ୍‌-ଇ କ୍ୟାମ୍ପ ପାଇଁ ଆଶୀର୍ବାଦ ସ୍ବାଇଁ ଚୟନ ହୋଇଛନ୍ତି।

Share