ବରଗଡ଼ ଅଫିସ,୧୧ା୧୨: ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ୍ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ ପିଙ୍କୁ ଶର୍ମା(୩୬)।
ପବନ ଏବଂ ମନୋଜ ଦୁଇଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କଳିଗୋଳ ହେଉଥିଲା। ଏହି ସମୟରେ ପଡ଼ୋଶୀ ଲୋକେ ସମାଧାନ ପାଇଁ ସେଠାରେ ପହଞ୍ଚି ଥିବାବେଳେ ପବନ ଏସିଡ୍ ମାଡ଼ କରିଥିଲେ। ଏହି ଏସିଡ୍ ମାଡ଼ରେ ଉପରୋକ୍ତ ଲୋକଙ୍କ ସହ ପବନ ନିଜେ ମଧ୍ୟ ଗୁରୁତର ହୋଇଛନ୍ତି। ତେବେ ସମସ୍ତ ଗୁରୁତରଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୀମସାର୍ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପବନଙ୍କୁ ପୋଲିସ ଟାଉନ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।