ବାର୍‌ହା ଆକ୍ରମଣରେ ୫ ଗୁରୁତର

ସମ୍ବଲପୁର,୨୪।୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଜୁମରା ଥାନା ଅଞ୍ଚଳରେ ସୋମବାର ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କାୟାକୁଦା ପଞ୍ଚାୟତ ଆମିଲିପାଣି ଗ୍ରାମର ମା’ଶଖା ଧୁରିଆ(୩୫) ଏବଂ ତାଙ୍କର ଝିଅ ଲକ୍ଷ୍ମୀପ୍ରିୟା ଧୁରିଆ(୯) ଓ ମା’ ଶାନ୍ତି ମୁଣ୍ଡା(୩୬) ଏବଂ ତାଙ୍କର ଝିଅ ରଙ୍କି ମୁଣ୍ଡା(୧୬) ଓ କାୟାକୁଦ ଗ୍ରାମର ଅହଲ୍ୟା ଭୋଇ।

ମିଳିଥିବା ସୂଚନା ମୁତାବକ, ସୋମବାର କାୟାକୁଦା ଏବଂ ଆମିଲିପାଣି ଗ୍ରାମର କେତେକ ଲୋକେ ସ୍ଥାନୀୟ ଜଙ୍ଗଳକୁ କେନ୍ଦୁପତ୍ର ତୋଲିବାକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଆସି ଅତର୍କିତ ଆକ୍ରମଣ କରିଥିଲା। ଫଳରେ ୫ଜଣ ଗୁରୁତର ହୋଇଥିଲେ। ସାଙ୍ଗରେ ଯାଇଥିବା କେତେକ ଲୋକ ତାଙ୍କୁ ଉଦ୍ଧାର କରି ଯୁଜୁମରା ହସ୍ପିଟାଲକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Share