କୋଭିଡ୍‌ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍‌

କେସିଙ୍ଗା,୧୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ ୫ ଟି ଦୋକାନକୁ ଏନ୍‌ଏସିର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି ସିଲ କରା ଯାଇଥିବା ଜଣାପଡ଼ିଛି। ଏଥିରେ କେସିଙ୍ଗା ଅତିରିକ୍ତ ଥାନା ଅଧିକାରିଣୀ ଗୀତାଞ୍ଜଳି ପ୍ରଧାନ ଓ ଏନ୍‌ଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share