Categories: ଜାତୀୟ

ସମୁଦ୍ର କୂଳରେ ୫ ନର କଙ୍କାଳ: ଲୋକେ ଆତଙ୍କିତ…

ରାମନାଥପୁରମ୍‌,୩୦।୫: ସମୁଦ୍ର କୂଳରେ ପୋତା ଯାଇଥିବା ୫ ନର କଙ୍କାଳକୁ ନେଇ ତାମିଲନାଡୁର ରାମନାଥମୁରମ୍‌ ଜିଲାର ଓ୍ବଲିନକ୍କମ୍‌ ଗାଁର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଧୀବରମାନେ ନର କଙ୍କାଳ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁରେ ୫୦୦ ଧୀବର ବାସ କରନ୍ତି। ସେମାନେ ମାଛଧରା କମ୍ପାନୀରେ କାମ କରନ୍ତି। ଦୀର୍ଘ କିଛି ଦିନ ଧରି ପ୍ରବଳ ବେଗରେ ପବନ ହେଉଥିବାରୁ ପୋତା ଯାଇଥିବା କଙ୍କାଳ ଉପରୁ ବାଲି ଉଡ଼ିଯାଇ ଏଗୁଡ଼ିକ ବାହାରକୁ ଦେଖାଯାଇଥିବା ପୋଲିସ କହିଛି। ଏହା ହତ୍ୟା ଅବା ସାଧାରଣ ଘଟଣା ସେ ନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କଙ୍କାଳଗୁଡ଼ିକ କାହାର ସେ ନେଇ ଫୋରେନସିକ୍‌ ବିଭାଗକୁ ପରୀକ୍ଷା ନିରୀକ୍ଷା ପାଇଁ କୁହାଯାଇଛି।

Share