Advertisement

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ସେ କହିଛନ୍ତି, ଆଜି କଂଗ୍ରେସ ସବୁଠାରୁ ତଳ ସ୍ତରରେ ରହିଛି। ଯେପର୍ଯ୍ୟନ୍ତ ଆମେ ଆମର କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ କରୁନାହୁଁ, ସେ ପର୍ଯ୍ୟନ୍ତ ଆମେ ବିଜୟୀ ହୋଇପାରିବା ନାହିଁ ଦଳ ଭିତରେ ଫାଇଭ ଷ୍ଟାର ପରମ୍ପରା ହଟିବା ଦରକାର। ଦଳରେ ଯିଏ ଟିକେଟ ପାଉଛି ସେ ଯାଇ ପଞ୍ଚତାରକା ହୋଟେଲ ବୁକ କରୁଛି। ଯେ ପର୍ଯ୍ୟନ୍ତ ଏଭଳି ପରମ୍ପରା ଥିବ ସେପର୍ଯ୍ୟନ୍ତ କିଛି ହେବନି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ବ୍ଲକ ସଭାପତି ଠାରୁ ଆରମ୍ଭ କରି ଜିଲା ସଭାପତି ପର୍ଯ୍ୟନ୍ତ ଖାଲି ଅଛି, ଏମିତି ହେଲେ ଦଳ କିଭଳି ବିଜୟୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ପଦାଧୀକାରୀମାନେ ସେମାନଙ୍କ ଦାୟିତ୍ୱ ବୁଝିଲେ ହିଁ ଦଳ ଆଗକୁ ବଢିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share