ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ ୫ ଆନ୍ତଃ ରାଜ୍ୟ ଲୁଟେରା: ବାନ୍ଧିଲା ପୋଲିସ

ପାଟଣା,୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ବୁଧବାର ୫ ଜଣ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି । ଏଥି ସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା , ଲୁଟ୍‌ରେ ବ୍ୟବହୃତ ୩ ବାଇକ୍‌ ୮ ମୋବାଇଲ ଫୋନ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଛତିଶଗଡ଼ ରାଜ୍ୟ ରାୟପୁର ଜିଲା ଔରାଡବ୍ରି ଥାନା ଔରାଡବ୍ରି ଗ୍ରାମର ଶିବା ନେତମ ଓରଫ ଧୁରୁ, ଗଞ୍ଜାମ ଜିଲା କୋଟିନାଡ଼ା ଥାନା ସାହାପୁର ଗ୍ରାମର ଏ. ଜଗନ୍ନାଥ, ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ମୁଣ୍ଡମାଳ ଗ୍ରାମର ସନ୍ଦୀପ ପ୍ରଧାନ ,ସମୀର ପ୍ରଧାନ ଏବଂ ବିକି ପ୍ରଧାନ । ଏମାନଙ୍କ ନାମରେ କେନ୍ଦୁଝର ଜିଲା ତଥା ରାଜ୍ୟ ଭିନ୍ନ ଥାନାରେ ଲୁଟ୍‌, ଛିନ୍‌ତାଇ, ଚୋରି ଭଳି ମାମଲା ରହିଛି। ଗତ ଜୁଲାଇ ମାସରେ ପାଟଣା ଥାନା ଦାସପଡା ଗ୍ରାମର ବିଦ୍ୟାଧର ମହାନ୍ତ ବଡ଼ବିଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୧୭ ହଜାର ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଲୁଟେରାମାନେତାଙ୍କଠାରୁ ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ। ଏ ନେଇ ବିଦ୍ୟାଧର ପାଟଣା ଥାନାରେ ଅଭିଯୋଗ କରିଥିଲେ। ପରେ ଆରକ୍ଷୀ ଅଧିକ୍ଷକ କୁଶଲ କରନୀତିନ ଦାଗୁଡୁଙ୍କ ନିର୍ଦ୍ଦେଶରେ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ପାଟଣା ଥାନା ପୋଲିସଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା ବିଭିନ୍ନ ଅଞ୍ଚଳରେ ରେଡ୍‌ କରି ୬ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଘଟଗାଁ ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ବିଭତ୍ସ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ୩ ପଞ୍ଚାୟତବାସୀ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହାସହ କିଛି...

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ...

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର...

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri