ଗଣେଶ ପୂଜାରେ ଅଘଟଣ: ନଦୀରେ ୫ ଛାତ୍ର ବୁଡ଼ିଗଲେ, ୩ ଉଦ୍ଧାର

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀର ଘାଟରେ ଗାଧୋଇବାକୁ ଯାଇ ୫ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକମାନେ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି। ସମସ୍ତ ଛାତ୍ର ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ ଯାଇ ଗଣେଶ ପୂଜା ପାଳନ କରିବାକୁ ଛାତ୍ରମାନେ ଘରେ କହି କୁଆଖାଇ ନଦୀ କୂଳରେ ଆସି ସେଲ୍ଫି ଉଠାଇବା ସହ ଗାଧୋଇବାକୁ ଯାଇ ଭାସିଯାଇଥିବା ଜଣାପଡ଼ିଥିଲା। ଖବର ପାଇ ସଦର ଥାନା ପୋଲିସ, ଅଗ୍ନିଶମ ବାହିନୀ କଟକ ଓ ବାରଙ୍ଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିଛନ୍ତି।

Share