ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀ

କଟକ,୧ା୧୦(କାର୍ତ୍ତିକ ସାହୁ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ପୋଲିସ ନିର୍ଯାତନା ଘଟଣାରେ ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କୁ ଗିରଫଦାରୀ ଭୟ ଘାରିଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଯେକୌଣସି ସମୟରେ ନିଲମ୍ବିତ ପୋଲିସ ଅଧିକାରୀମାନଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦ୍ଦ୍ବାରା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସ ଅଧିକାରୀ ସୋମବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ କମିଶନ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସର୍କିଟ୍‌ ହାଉସରେ ପ୍ରଥମ ବୈଠକ ବସିଛି। ବୈଠକରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ, ଏସ୍‌ସିଆର୍‌ବି ଓ ଏସ୍‌ଏଫ୍‌ଏସ୍‌ଏଲ୍‌ର ନିର୍ଦ୍ଦେଶକ ସନ୍ତୋଷ ବାଲା, କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତର ଅଗ୍ରଗତି ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ କମିଶନ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ ତଦନ୍ତର ବିଭିନ୍ନ ଦିଗ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନଙ୍କ ସଚିବ ଭାବେ ଅବସରପ୍ରାପ୍ତ ଜିଲାଜଜ୍‌ ଶୁଭେନ୍ଦୁ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ବୈଠକରେ ଶୁଭେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଶୁଭେନ୍ଦୁ କହିଛନ୍ତି, ସତ୍ୟପାଠ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ। ସତ୍ୟପାଠ ଦାଖଲ ପାଇଁ ୨୧ଦିନ ସମୟ ଦିଆଯିବ। ଏହି ମାମଲାରେ ଯେଉଁମାନେ ପୀଡ଼ିତ ଓ ଅଭିଯୁକ୍ତ ରହିଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିବେ। ଆର୍ମି ଅଫିସର, ବାନ୍ଧବୀ ଓ ପୋଲିସ ଅଧିକାରୀମାନଙ୍କ ବ୍ୟତୀତ ଏହି ଘଟଣା ବିଷୟରେ ଜାଣିଥିବା ସର୍ବସାଧାରଣ ଲୋକ ମଧ୍ୟ ସତ୍ୟପାଠ ଦାଖଲ କରିପାରିବେ। ସ୍ପେଶାଲ ସର୍କିଟ୍‌ ହାଉସ୍‌ ଅଫିସ୍‌ରେ ସତ୍ୟପାଠ ଦାଖଲ କରାଯିବ। ପରେ ସତ୍ୟପାଠଗୁଡ଼ିକୁ ଯାଞ୍ଚ କରାଯାଇ ସେମାନଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ କମିଶନ ଯେଉଁମାନଙ୍କୁ ଚାହିଁବେ ସେମାନଙ୍କୁ ସମନ୍‌ କରାଯାଇ ଡକାଯିବ ବୋଲି ଶୁଭେନ୍ଦୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ୨୨ ତାରିଖରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଜଷ୍ଟିସ୍‌ ଦାସଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।

୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ଆରମ୍ଭ
ଭରତପୁର ଥାନାରେ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହୋଇଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ ହେବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…

ନିଶ୍ଚିନ୍ତକୋଇଲି,୧।୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲାନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି।...

୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ

ଲୋଇସିଂହା,୧।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ରେଳ ଷ୍ଟେଶନରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମଧ୍ୟ ପ୍ରଦେଶ ଅଞ୍ଚଳର ୨ ଜଣ ଯୁବକଙ୍କ ନିକଟରୁ ୧୮.୧୧୫ କେଜି...

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦: ଆସନ୍ତାକାଲି ଅର୍ଥାତ୍‌ ବୁଧବାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ।...

ବଳକା ଅର୍ପଣ ଚାଉଳ ନିଲାମ ପରେ….

ପୁରୀ,୧।୧୦(ଅଜିତ କୁମାର ମହାନ୍ତି): ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ...

ଆଜି ଯାଏ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): ସରକାରଙ୍କ ମାଳମାଳ ଯୋଜନା ସେଥିମଧ୍ୟରୁ କିଛି ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିଯାଉଛନ୍ତି। ସରକାରୀ ଯୋଜନା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲା...

ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା

ଦାରିଙ୍ଗବାଡି,୧।୧୦ (ଅରୁଣ ସାହୁ):ନା ଅଛି ସବୁଦିନିଆ ରାସ୍ତା ନା ଅଛି ପିଇବା ପାଇଁ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନା ଗରିବଶ୍ରେଣୀର ଲୋକଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ...

ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା: ଭଦ୍ରକରେ ଖୁରାନିଆ

ଭଦ୍ରକ,୧।୧୦: ଭଦ୍ରକ ସ୍ଥିତି ଧିରେଧିରେ ସୁଧୁରିବାର ଲାଗିଛି। ପୂର୍ବରୁ ଗିରଫ ସଂଖ୍ୟା ୧୫ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୭ରେ ପହଞ୍ଚିଛି। ପୁରୁଣାବଜାର ଥାନାରୁ ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri