Categories: ଜାତୀୟ

ପ୍ରଧାନ ଶିକ୍ଷକଙ୍କ ନାମରେ ୫ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ହାଇଦ୍ରାବାଦ,୧୬।୧୨ : ଭଦ୍ରାରି କୋଥାଗୁଡେମ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସ୍କୁଲର ଦ୍ୱିତୀୟ କ୍ଲାସରେ ପଢ଼ୁଥିବା ୭ରୁ ୧୧ ବର୍ଷ ବୟସର ୫ ଜଣ ବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ପାକ୍ସୋ (POCSO) ଆକ୍ଟ ଓ ଆଇପିସିର ଧାରା ୩୭୬ ଅନୁୟାୟୀ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଛି । ପିଡିତାମାନଙ୍କୁ ଯୌନ ଶୋଷଣ କରିବା ପୂର୍ବରୁ ଅଭିଯୁକ୍ତ ଶିକ୍ଷକ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଥିଲେ । ବଳାତ୍କାର ସମ୍ପର୍କରେ କାହାକୁ ନ ଜଣାଇବା ଲାଗି ଧମକ ଅଭିଯୁକ୍ତ ଜଣଙ୍କ ଦେଇଥିବା ବୋଲି ପୋଲିସ କହିଛି।

ପିଡିତାଙ୍କ ମଧ୍ୟରୁ ଦୁଇ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାପରେ ଏହି ଘଟଣାର ସାମ୍ନାକୁ ଆସିଥିଲା। ଏହି ଶିଶୁଟିର ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ମା’ଙ୍କୁ ଶିକ୍ଷକଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ବିଷୟରେ କହିଥିଲେ । ପରେ ଏହି ଘଟଣାରେ ଶିକାର ହୋଇଥିବା ଉକ୍ତ ସ୍କୁଲର ଅନ୍ୟ ୪ଜଣଙ୍କ ସମ୍ପର୍କରେ ଜଣାପଡିଥିଲା ।

ଉଲ୍ଲେଖଥାଉ କି, ରାଜ୍ୟ ସରକାର ଗତ ଅଗଷ୍ଟଠାରୁ ୫୦ ପ୍ରତିଶତ ଛାତ୍ରୀଛତ୍ରଙ୍କ ସହ କ୍ଲାସ କରିବାକୁ ଅନୁମତି ଦେଇଥିଲେ।

 

Share