ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୬: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସୁରକ୍ଷା ବଳ ସହ ଗୁଳି ବିନିମୟ ବେଳେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁମାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବାର ନିର୍ଦ୍ଦିଷ୍ଟ ସୂଚନା ପାଇ ଶୁକ୍ରବାର ଭୋର ସମୟରେ ସୁରକ୍ଷା ବଳ ଉକ୍ତ ଅଞ୍ଚଳକୁ ଘେରିଯାଇ ଅଭିଯାନ ଆରମ୍ଭ କରିଥିଲା। ଏହି ଏନ୍‌କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀରର ଅତିରିକ୍ତ ପୋଲିସ ଡିଜି ବିଜୟ କୁମାର ଟୁଇଟ୍‌ କରିଛନ୍ତି।

Share