ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲା ରାଇରଙ୍ଗପୁରକୁ ବି ଡାକ୍ତର ଦିଆଯିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଆଇପିଏଚ୍‌ସି ନିୟମ ଅନୁଯାୟୀ, ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧ ପ୍ରତିଶତ ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ବିଧାନସଭାରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଶଯ୍ୟା ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନିର୍ମଳ ଯୋଜନାରେ ଡାକ୍ତରଖାନା ପରିସର ପରିଷ୍କାର ପରିଚ୍ଛନ୍ନ କରାଯାଉଛି। ଚଳିତବର୍ଷ ବେଡ୍‌ ସଂଖ୍ୟା ୨୫ ହଜାର ୬୩୬କୁ ବୃଦ୍ଧି କରାଯାଇଥିବା ବେଳେ ଏହି ସଂଖ୍ୟା ଆହୁରି ୨୧ ହଜାର ୩୪୨କୁ ବୃଦ୍ଧି ପାଇବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି।

Share