୫ ହଜାର ତଣ୍ଡ ଗଣିବେ ବର୍ଷା-ଅନୁଭବ

କଟକ ଅଫିସ୍‌,୯।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାମରେ ଅଯଥା ବିଳମ୍ବ କରିଥିବାରୁ ଉଭୟ ତଣ୍ଡ ଗଣିବେ। ଆସନ୍ତା ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଫାମିଲି କୋର୍ଟ କଟକ।

Share