Categories: ଜାତୀୟ

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା ରହିଛି। ମହାରାଷ୍ଟ୍ର ପୋଲିସ କହିଛି ୨୦୨୨ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିବା ଅଧାରୁ ଅଧିକ ଲୋକ ବାଇକ ଚାଳକ। ସେମାନଙ୍କ ସଂଖ୍ୟା ରିପୋର୍ଟରେ୫୭ ପ୍ରତିଶତ ରହିଛି। ରିପୋର୍ଟ ଅନୁଯାୟୀ, ୨୧ ପ୍ରତିଶତ ପଥଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ରାଜ୍ୟରେ ଜାନୁଆରୀ ୨୦୨୩ ରୁ ଏପ୍ରିଲ ୨୦୨୩ ଅର୍ଥାତ ବର୍ଷର ପ୍ରଥମ ଚାରି ମାସରେ ୪,୮୨୨ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି। ଏଥି ସହିତ ଚାରି ମାସ ମଧ୍ୟରେ ୬,୮୪୫ ଲୋକ ଆହତ ହୋଇଛନ୍ତି। ମହାରାଷ୍ଟ୍ରରେ, ୧୧,୫୬୯ ଲୋକଙ୍କର ୨୦୨୦ ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଯେତେବେଳେ କି, ୨୦୨୧ ମସିହାରେ, ଏହି ସଂଖ୍ୟା ୧୩,୫୨୮ ଥିଲା।

Share