ଓଡ଼ିଶାକୁ ଆସିବେ ୫ ବାଘ, ସଫଳତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୨୯ା୭(ଅସମାପିକା ସାହୁ): ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ ଆସିବେ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ କେନ୍ଦ୍ର ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବନ ବିଭାଗକୁ ଅନୁମତି ମିଳିସାରିଥିବାବେଳେ ସେଠାରୁ ବାଘ ଆଣି ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଘଗୁଡିକୁ ରାଜ୍ୟର ଦେବ୍ରିଗଡ଼(ବନ୍ୟପ୍ରାଣୀ) ଅଭୟାରଣ୍ୟ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଛଡ଼ାଯିବ। ଏହି ଯୋଜନାରେ ଅଗଷ୍ଟ ସୁଦ୍ଧା ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ସହ ଗୋଟିଏ ମହାବଳ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ଲାଗି କେବଳ ଦୁଇଟି ବାଘୁଣୀ ଅଣାଯିବାକୁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି।
ସଫଳତାକୁ ନେଇ ଆଶଙ୍କା
ବାହାର ରାଜ୍ୟରୁ ବାଘ ଆଣି ଓଡ଼ିଶାରେ ଏହାର ବଂଶ ବୃଦ୍ଧି କରିବା ପାଇଁ ବନ ବିଭାଗ ପୂର୍ବରୁ ବି ଯୋଜନା କରିଥିଲା। ମଧ୍ୟପ୍ରଦେଶରୁ ଦୁଇଟି ମହାବଳ ବାଘ ଆଣି ସାତକୋଶିଆରେ ଛଡ଼ାଯାଇଥିଲା। ଅଣ୍ଡିରା ବାଘ ‘ମହାବୀର’ର ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବାବେଳେ ବାଘୁଣୀ ‘ସୁନ୍ଦରୀ’ ଲୋକଙ୍କୁ ମାରୁଥିବା ଅଭିଯୋଗ ଆସିବା ପରେ ତାକୁ ପୁଣି ଆବଦ୍ଧ କରାଯାଇ ରଖାଯାଇଥିଲା। ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସିବାରୁ ‘ସୁନ୍ଦରୀ’କୁ ଜଙ୍ଗଲରେ ଛାଡ଼ିବାକୁ ଦିନ ପରେ ଦିନ ଗଡ଼ାଇଥିଲା। ତେଣୁ ଧୀରେ ଧୀରେ ବାଘୁଣୀ ମୋଟା ହୋଇଯାଇଥିଲା ଏବଂ ଜଙ୍ଗଲରେ ଛାଡ଼ିଲେ ନିଜେ ଶିକାର କରି ଖାଇପାରିବ କି ନାହିଁ ତାହା ସନ୍ଦେହ ହୋଇଥିଲା। ଏହାକୁ ନେଇ ଏନ୍‌ଟିସିଏ ଉଦ୍‌ବେଗ ପ୍ରକାଶ କରିବା ସହିତ ‘ସୁନ୍ଦରୀ’କୁ ଫେରାଇ ନେବା ସହ ରାଜ୍ୟରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲେ। ଏବେ ପୁଣିଥରେ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ବାଘ ଆଣିବା ପାଇଁ ଯୋଜନା କରିଛନ୍ତି। ତେଣୁ ଏହା କେତେ ଫଳପ୍ରଦ ହେବ ତାକୁ ନେଇ ଆଶଙ୍କା ଦେଖାଦେଇଛି।
ରାଜ୍ୟରେ ୩୦ ମହାବଳ
ଗତ ଫେବୃଆରୀରେ ପ୍ରକାଶ ପାଇଥିବା ରାଜ୍ୟ ସରକାରଙ୍କ ନିଜସ୍ବ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ୩୦ ମହାବଳ ବାଘ ଅଛନ୍ତି। ଏମାନଙ୍କ ମଧ୍ୟରୁ ୮ଟି ଶାବକ ରହିଛନ୍ତି, ଯେଉଁମାନଙ୍କ ବୟସ ଏକବର୍ଷରୁ କମ୍‌। ୨୭ଟି ବାଘକୁ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତ ଥିବା ପ୍ରମାଣ ମିଳିଥିଲା। କିନ୍ତୁ ଏହି ୩ ବାଘ କ୍ୟାମେରା ଟ୍ରାପ୍‌ରେ ଠାବ ହୋଇ ନ ଥିଲା। ତେବେ ୩୦ ବାଘ ମଧ୍ୟରୁ କେବଳ ଶିମିଳିପାଳରେ ୨୭ଟି ବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୧୭ଟି ବାଘ ଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ ଅଧିକ ବାଘ ରହିଥିବା ରାଜ୍ୟ ସରକାର ଦାବି କରିଥିଲେ ଏବଂ ନିଜ ଉଦ୍ୟମରେ ବାଘ ଗଣନା କରିବେ ବୋଲି କହିଥିଲେ। ଏହାପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ବାଘ ଗଣନା କରିଥିଲେ। ୨୦୨୩ ଅକ୍ଟୋବର ୧୫ରୁ ୨୦୨୪ ଫେବୃଆରୀ ୧୦ ତାରିଖ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ବାଘ ଗଣନା ହୋଇଥିଲା। ମୋଟ ୧,୪୩୨ଟି କ୍ୟାମେରା ଟ୍ରାପ ଲଗାଯାଇଥିବାବେଳେ ୫୬୭ଟି ଫଟୋ ଉଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri