୫ ଥର କ୍ଷମତାସୀନ, ନାଟକୀୟ ପଳାୟନ

ଢାକା/ନୂଆଦିଲ୍ଲୀ, ୬ା୮(ପି.ଟି.):ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆଓ୍ବାମି ଲିଗ୍‌ ଦଳର ନେତ୍ରୀ ଶେଖ୍‌ ହାସିନା କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେ ମୋଟ ୫ ଥର ସରକାର ଗଢ଼ିଥିଲେ। ଲୌହ ମାନବୀ କୁହାଯାଉଥିବା ହାସିନାଙ୍କୁ ସୋମବାର ନାଟକୀୟ ଭାବେ ନିଜ ପଦବୀରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯିବାକୁ ପଡ଼ିଛି।
ଏକଦା ସାମରିକ ଶାସନାଧୀନ ଥିବା ବାଂଲାଦେଶକୁ ହାସିନା ସ୍ଥିର ସରକାର ଦେଇଥିଲେ। ସେ ବିଶ୍ୱରେ ସର୍ବାଧିକ ସମୟ ଏକ ସରକାରର ମହିଳା ମୁଖ୍ୟ ରହିବାରେ ରେକର୍ଡ କରିଛନ୍ତି। ତେବେ ବିରୋଧୀମାନେ ତାଙ୍କୁ ଏକଚ୍ଛତ୍ରବାଦୀ କହି ସମାଲୋଚନା କରିଥାନ୍ତି। ବାଂଲାଦେଶର ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମାନଙ୍କ ୭୬ ବର୍ଷୀୟା ଝିଅ ହାସିନା ୨୦୦୯ରୁ ବାଂଲାଦେଶକୁ ଶାସନ କରି ଆସୁଥିଲେ। ଗତ ଜାନୁଆରୀରେ ସେ କ୍ରମାଗତ ଚତୁର୍ଥ ଥର ପାଇଁ ବିଜୟୀ ହୋଇ ରେକର୍ଡ କରିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ନେତୃତ୍ୱାଧୀନ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଏହି ନିର୍ବାଚନକୁ ବର୍ଜନ କରିଥିଲା।
୧୯୪୭ ସେପ୍ଟେମ୍ବରରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରେ ଜନ୍ମିତ ହାସିନା ୬୦ ଦଶକର ଶେଷ ଭାଗରେ ଢାକା ୟୁନିଭର୍ସିଟିରେ ପଢ଼ୁଥିବାବେଳେ ରାଜନୀତିରେ ସକ୍ରିୟ ଭାବେ ଭାଗ ନେଇଥିଲେ। ପାକିସ୍ତାନୀ ସରକାର ରହମାନଙ୍କୁ ଜେଲରେ ରଖିବାରୁ ଝିଅ ହାସିନା ତାଙ୍କ ରାଜନୈତିକ ଲିଆଇସନ ଭାବେ କାର୍ଯ୍ୟ କରିଥିଲେ। ୧୯୭୧ରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ପରେ ରହମାନ ରାଷ୍ଟ୍ରପତି ଓ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ୧୯୭୫ ଅଗଷ୍ଟରେ ତତ୍କାଳୀନ ସେନା ଅଧିକାରୀମାନେ ରହମାନ, ତାଙ୍କ ସ୍ତ୍ରୀ ଏବଂ ୩ ପୁଅଙ୍କୁ ସେମାନଙ୍କ ବାସଭବନରେ ହତ୍ୟା କରିଥିଲେ। ହାସିନା ଏବଂ ତାଙ୍କ ସାନ ଭଉଣୀ ରେହନା ବିଦେଶରେ ଥିବାରୁ ବଞ୍ଚତ୍ୟାଇଥିଲେ। ଭାରତରେ ୬ ବର୍ଷ ନିର୍ବାସନରେ ରହିବା ପରେ ହାସିନା ତାଙ୍କ ବାପାଙ୍କ ପ୍ରତିଷ୍ଠିତ ଦଳ ଆଓ୍ବାମୀ ଲିଗ୍‌ର ନେତ୍ରୀ ନିର୍ବାଚିତ ହୋଇଥିଲେ।
୧୯୮୧ରେ ହାସିନା ସ୍ବଦେଶ ଫେରି ସାମରିକ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଥିଲେ। ଫଳରେ ତାଙ୍କୁ ବାରମ୍ବାର ଗୃହବନ୍ଦୀ ରଖାଯାଇଥିଲା। ୧୯୯୧ ସାଧାରଣ ନିର୍ବାଚନରେ ହାସିନାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବାରୁ ବିଏନ୍‌ପି ନେତ୍ରୀ ଖାଲେଦା ଜିଆ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାର ୫ ବର୍ଷ ପରେ ୧୯୯୬ ସାଧାରଣ ନିର୍ବାଚନରେ ହାସିନାଙ୍କ ଆଓ୍ବାମି ଲିଗ୍‌ ବିଜୟୀ ହୋଇଥିଲା ଓ ସେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେ ୨୦୦୧ରେ କ୍ଷମତାରୁ ଯିବା ପରେ ୨୦୦୮ରେ ପୁନର୍ବାର ବିଜୟୀ ହୋଇଥିଲେ। ୨୦୦୪ରେ ତାଙ୍କର ଏକ ରାଲିରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିବାବେଳେ ସେ ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ୨୦୦୯ରେ କ୍ଷମତାକୁ ଆସିବା ପରେ ହାସିନା ୧୯୭୧ର ଯୁଦ୍ଧ ଅପରାଧୀମାନଙ୍କ ବିଚାର ପାଇଁ ଏକ ଟ୍ରିବ୍ୟୁନାଲ ଗଢ଼ିଥିଲେ। ଉକ୍ତ ଟ୍ରିବ୍ୟୁନାଲ କେତେଜଣ ହାଇପ୍ରୋଫାଇଲ ବିରୋଧୀ ନେତାଙ୍କୁ ଦୋଷୀସାବ୍ୟସ୍ତ କରିବାରୁ ଦେଶରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ବିଏନ୍‌ଏସ୍‌ର ସହଯୋଗୀ ଦଳ ଜମାତ୍‌-ଇ-ଇସ୍‌ଲାମୀକୁ ୨୦୧୩ ନିର୍ବାଚନ ଲଢ଼ିବାରୁ ବ୍ୟାନ୍‌ କରାଯାଇଥିଲା। ଦୁର୍ନୀତି ଅଭିଯୋଗରେ ବିଏନ୍‌ପି ନେତ୍ରୀ ଖାଲେଦାଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ଏକ ଅଣରାଜନୈତିକ କାମଚଳା ସରକାରଙ୍କ ତତ୍ତ୍ୱାବଧାନରେ କରାଯିବାକୁ ଦାବି କରି ବିଏନ୍‌ଏସ୍‌ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଭୋଟ ବର୍ଜନ କରିଥିଲେ। ନିର୍ବାଚନରେ ବିଜୟୀ ହୋଇ ହାସିନା କ୍ରମାଗତ ୪ର୍ଥ ଥର ସରକାର ଗଢ଼ିବାର ୬ ମାସ ପରେ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲେ। ୧୯୭୧ ବାଂଲା ମୁକ୍ତି ଯୁଦ୍ଧର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ପରେ ହାସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri