ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ୍‌ ବୋମା ଜବତ

ମାଲକାନଗିରି, ୧ ୧।୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକରେ ଥିବା ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ ବୋମା ଜବତ କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପଡ଼ିଆସ୍ଥିତ ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ଦୁର୍ଗମ ମୋଟେରୁ ପଞ୍ଚାୟତ ପର୍ସନପାଲ୍ଲୀ ଲିଙ୍କ୍‌ ରୋଡ୍‌ଠାରୁ ଅଢ଼େଇ କି.ମି. ଦୂରରେ ଥିବା କମାରଗୁଡ଼ା ଜଙ୍ଗଲରେ କୋମ୍ବିଂ କରୁଥିବା ସମୟରେ ଏକ ଗଛ ମୂଳେ ମେଟାଲ ଡିକ୍ଟେଟର ସାହାଯ୍ୟରେ ଉକ୍ତ ଟିଫିନ୍‌ ବୋମା ଥିବା ଜାଣିବାକୁ ପାଇଥିଲେ। ପରେ ଉକ୍ତ ସ୍ଥାନରୁ ୫ଟି ଟିଫିନ୍‌ ବୋମା ଜବତ କରି ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦେଇଥିଲେ। ନିଷ୍କ୍ରିୟକାରୀ ଦଳ ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି।