ପୁରୀ,୪।୯(ଅଜିତ୍ ମହାନ୍ତି): ସମୁଦ୍ରରେ ଗାଧୋଇବା ସମୟରେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ସୋମବାର ପୁରୀ ସମୁଦ୍ରରେ ସ୍ନାନ କରୁଥିବାବେଳେ ୫ ପର୍ଯ୍ୟଟକ ବୁଡ଼ି ଯାଇଥିଲେ। ତେବେ ତୁରନ୍ତ ସେଠାରେ ଥିବା ଲାଇଫ ଗାର୍ଡ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ଫଳରେ ଏହି ୫ ଜଣକ ଜୀବନ ବଞ୍ଚିଯାଇଛି। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ଭୁବନେଶର ଓ ପଶ୍ଚିମବଙ୍ଗର।