Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ - Dharitri

ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ

କିଭ୍‌/ମସ୍କୋ/ଓ୍ବାଶିଂଟନ୍‌, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍‌କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍‌ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଛି। ଡୋନେସ୍କର ପ୍ରମୁଖ ସହର ଲିମ୍ୟାନ୍‌ରେ ୟୁକ୍ରେନ୍‌ ସୈନ୍ୟ ପ୍ରାୟ ୫ ହଜାର ରୁଷୀୟ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଛନ୍ତି। ଏ ନେଇ ଲୁହାନ୍‌ସ୍କ ଗଭର୍ନର ସେରେଗି ଗଇଦେ ଶନିବାର ସୂଚନା ଦେଇଛନ୍ତି। ମର ନଚେତ୍‌ ଆତ୍ମସମର୍ପଣ କର ନଚେତ୍‌ ଜାଗା ଛାଡ଼ି ପଳାଅ ବୋଲି ସେମାନଙ୍କ ଆଗରେ ସର୍ତ୍ତ ରଖାଯାଇଥିଲା। ରୁଷୀୟ ସୈନ୍ୟଙ୍କ ପଳାୟନ ପରେ ଡୋନେସ୍କରେ ଥିବା ୫ ଗାଁ ଏବେ ରୁଷିଆ କବଳରୁ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି।

ଜାପୋରିଝିଆ ସ୍ଥିତ ଆଣିବକ ଶକ୍ତି କେନ୍ଦ୍ରର ମୁଖ୍ୟ ଇହୋର ମୁରାଶୋଭ୍‌ଙ୍କୁ ରୁଷିଆ ଅପରହଣ କରିନେଇଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। ରୁଷୀୟ ସୈନ୍ୟ ମୁରାଶୋଭ୍‌ଙ୍କ କାର୍‌ ଅଟକାଇ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛନ୍ତି। ମସ୍କୋ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳକୁ ଫେରାଇଅଣାଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ସେପଟେ ରୁଷିଆ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରାଜି ଥିବା କହିବା ପରେ ବି ଉତ୍ତରପୂର୍ବ ସହର ଖର୍କିଭରେ ସେଲ୍‌, ବୋମା ମାଡ଼ ଜାରି ରଖିଛି। ଜନସାଧାରଣଙ୍କୁ ଟାର୍ଗେଟ କରି ଶୁକ୍ରବାର ସେଲିଂ ଯୋଗୁ ଅନୂ୍ୟନ ୨୦ ନାଗରିକଙ୍କ ମୃତ୍ୟୁ ଘଟିଛି।

ଲୋକେ ଭୟରେ ଉକ୍ତ ଅଞ୍ଚଳ ଛାଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ରୁଷିଆ ସେମାନଙ୍କ ଉପରେ ବୋମାମାଡ଼ କରିଛି ବୋଲି ଖର୍କିଭ ଗଭର୍ନର ଓଲେହ ସିନିହୁବୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ୪ ଅଞ୍ଚଳକୁ ରୁଷିଆ ନିଜ ଭୂଖଣ୍ଡରେ ବେଆଇନ ଭାବେ ସାମିଲ କରିବାକୁ ନେଇ ଆମେରିକା ମସ୍କୋ ଉପରେ ନୂଆ କଟକଣା ଲଗାଇଛି। ରୁଷିଆ ମିଲିଟାରି-ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସର ୧୪ ଜଣ, ରୁଷିଆ ଆର୍ଥିକ କାରବାର ବୁଝୁଥିବା ୩ ପ୍ରମୁଖ ଲିଡର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୭୮ ଆଇନ ପ୍ରଣେତାଙ୍କ ଉପରେ ଓ୍ବାଶିଂଟନ୍‌ କଟକଣା ଲାଗୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫ ହଜାର ଲୋକ

ଇସଲାମାବାଦ,୧୫।୧୧: ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। କଳା ବିଷାକ୍ତ...

ଭ୍ୟାକ୍ସିନକୁ କଡ଼ା ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଟ୍ରମ୍ପ ନିଯୁକ୍ତ କଲେ ଆମେରିକା ସ୍ବାସ୍ଥ୍ୟ ସଚିବ, ଜାଣନ୍ତୁ ସେହି ବ୍ୟକ୍ତି କିଏ

ଓ୍ବାଶିଂଟନ,୧୫।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ସେ ଜାନୁଆରୀରେ ହ୍ବାଇଟ ହାଉସର ପଦବୀ ପାଇଁ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ତାଙ୍କ...

ଆସୁଛି ଘୂର୍ଣ୍ଣିଝଡ଼ ‘ସାରା’, ବର୍ଷା, ବନ୍ୟା, ଭୂସ୍ଖଳନକୁ ନେଇ ଆଲର୍ଟ ଜାରି

ଓ୍ବାଶିଂଟନ,୧୫।୧୧: ଆମେରିକାରେ କିଛି ଦିନ ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ହେଲେନ ଫ୍ଲୋରିଡା ପରି ବଡ ସହରରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ, ବର୍ତ୍ତମାନ ଟ୍ରପିକାଲ...

ଖୁସି ଖବର: ଜାଣନ୍ତୁ କେତେ ପାଓ୍ବାରଫୁଲ ଏହି ହିନ୍ଦୁ ମହିଳା, ଆମେରିକାର ଘରେ ଘରେ ପରିଚିତ

ଓ୍ବାଶିଂଟନ,୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଟିମ୍‌ରେ ଜଣେ ସାହସୀ ହିନ୍ଦୁ ମହିଳାଙ୍କୁ ସ୍ଥାନ...

ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍‌ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ

ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି...

ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର

ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍‌ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର...

ଖଣିରେ ବେଆଇନ ଭାବେ ପଶି ଫସିଛନ୍ତି ୪,୦୦୦ ଶ୍ରମିକ

ଜୋହାନ୍ସବର୍ଗ,୧୫ା୧୧:ଦକ୍ଷିଣ ଆଫ୍ରିକାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଏକ ଖଣିରେ ୪,୦୦୦ ବେଆଇନ ଖନନକାରୀ ଫସିରହିଛନ୍ତି। ବେଆଇନ ଖଣି ଖନନ ରୋକିବା ପଦକ୍ଷେପ ସ୍ବରୂପ ସେମାନଙ୍କ ପାଖକୁ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri