୫ ଗ୍ରାମବାସୀଙ୍କୁ ଉଠାଇ ନେଲେ ମାଓବାଦୀ

ମାଲକାନଗିରି,୭ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ କୋଣ୍ଟା ବ୍ଲକ ଅଧୀନ ବଟେର ଗ୍ରାମରୁ ୫ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି। ମାଓବାଦୀମାନେ ଶନିବାର ରାତିରେ ଗ୍ରାମକୁ ଆସି ଗ୍ରାମର ୫ ଜଣଙ୍କୁ ଘରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଛାଡି ନ ଥିବା ଜଣାପଡିଛି। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି। ଉଠାଇ ନେଇଥିବା ଲୋକଙ୍କୁ ଛାଡିଦେବା ପାଇଁ ପରିବାର ଲୋକେ, ଗ୍ରାମବାସୀଙ୍କ ସମେତ ଆଦିବାସୀ ସମାଜ ମାଓବାଦୀ ସଙ୍ଗଠନକୁ ଅନୁରୋଧ କରିଛନ୍ତି।

Share