Categories: ଖେଳ

ଜାଡେଜାଙ୍କୁ ୫ ଉଇକେଟ୍‌: ଅଷ୍ଟ୍ରେଲିଆ ୧୭୭ ରନ୍‌ରେ ଅଲଆଉଟ୍‌

ନାଗପୁର,୯।୨:ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍‌ ହୋଇଛି। ଏହି ଇନିଂସରେ ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଷ୍ଟିଭ ସ୍ମିଥ ୩୭ ଏବଂ ଆଲେକ୍ସ କେରି ୩୬ ରନ ସ୍କୋର କରିଥିଲେ। ଏଥିସହିତ ପିଟର ହ୍ୟାଣ୍ଡସକମ୍ବ ୩୧ ରନ ସ୍କୋର କରି ଆଉଟ ହୋଇଥିଲେ। ଏହି ଚାରିଜଣଙ୍କ ବ୍ୟତୀତ କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ତିନି ଖେଳାଳି ସେମାନଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରି ୫ଟି ଉଇକେଟ ନେଇଥିବା ବେଳେ ଅଶ୍ୱିନ ଭାରତ ପାଇଁ ୩ଟି ଉଇକେଟ ନେଇଛନ୍ତି। ମହମ୍ମଦ ଶାମି ଏବଂ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share