ସଭାସ୍ଥଳରେ ଅସୁସ୍ଥ ହୋଇପଡ଼ିଲେ ୫ ମହିଳା

ବାସୁଦେବପୁର, ୧୨।୬ (ଡି.ଏନ.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରିପ୍ରେକ୍ଷୀରେ ସୋମବାର ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମିଶନ ଶକ୍ତି ମହିଳାମାନଙ୍କୁ ନେଇ ସଭା ଚାଲିଥିଲା। ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କାରଣରୁ ୫ଜଣ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଶୁ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ସଭା ସ୍ଥଳରେ ଏକ ବୃହତ୍‌ ଟେଣ୍ଟ ସହ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରବଳ ଖରା ଓ ଗୁଳୁଗୁଳିରେ ଦୀର୍ଘସମୟ ଧରି ମହିଳାମାନେ ଅପେକ୍ଷା କରିଥିଲେ। ଖରା ସହି ନ ପାରି ମହିଳାମାନେ ଅସୁସ୍ଥ ହୋଇପଡ଼ିଥିବା ବାସୁଦେବପୁର ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Share