Categories: ଜାତୀୟ

ଜମି ବିବାଦରୁ ୫ ବର୍ଷର ଶିଶୁଙ୍କୁ ହତ୍ୟା

ପାଟନା,୧୦ା୭: ବିହାରର ସମସ୍ତୀପୁର ଜିଲା ବିଥାନ ଥାନା ଅନ୍ତର୍ଗତ ସିମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମୃତ ଆର୍ୟନ କୁମାର ହେଉଛନ୍ତି ବିପିନ କୁମାରଙ୍କ ପୁଅ। ଆର୍ୟନଙ୍କ ହତ୍ୟାକୁ ନେଇ ପରିବାର ଲୋକେ ପଡୋଶୀ ଛୋଟୁ ଯାଦବ(୧୮)ଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ହେଲେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପୋଲିସ ଏସ୍‌ଡିପିଓ ପ୍ରକାଶ କରିଛନ୍ତି।

Share