ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ

କେନ୍ଦ୍ରାପଡ଼ା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଅନ୍ତମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ରାଜକନିକା ପ୍ରହରାଜପୁର ଗାଁରେ। ମୃତକ ହେଲେ କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷ ଝିଅ ସରସ୍ବତୀ ପ୍ରଧାନ।

ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ମା’ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଘରକୁ ଆସି ଝିଅକୁ ପାଇ ନ ହେଲେ। ଦୀର୍ଘ ସମୟ ପରେ ଝିଅ ସରସ୍ବତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଝିଅକୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

Share