ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର ଶିଶୁଙ୍କ ଜୀବନ୍ତ ଦଗ୍ଧ ହୋଇଛି। ଏଥିରେ ଆଉ ୨ ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଳିକଙ୍କ ଗୁରୁବାର ଥିଲା ପୁଅ ବାହାଘର। ଏ ନେଇ ବରଯାତ୍ରୀଙ୍କ ବାଇକ୍‌ରେ ପେଟ୍ରୋଲ ପକାଇବା ପାଇଁ ଏକ ଡ୍ରମ୍‌ରେ ପେଟୋଲ ରଖାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍‌ଗୁଡିକରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା। ଏହି ସମୟରେ ଅସାବଧାନତା ଯୋଗୁ ଏକ୍‌ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ର ପୋଡ଼ି ଯାଇଥିଲେ। ପଡ଼ୋଶୀ ତପନ ମଳିକ ଓ ଉପେନ୍ଦ୍ର ମଳିକ ଗୁରୁତର ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହା ସହ ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Share