ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ସୋରିପଡ଼ାରେ। ଗ୍ରାମରେ ରହୁଥିବା ମାନସିକ ରୋଗାକ୍ରାନ୍ତ ବାପା ଲାବନ୍ୟ ସୋରି ଓ ମା’ ରତନି ସୋରିଙ୍କ ୫ ବର୍ଷର ପୁଅ ଜଗଦୀଶ ଜନ୍ମରୁ ଭିନ୍ନକ୍ଷମ। ବୃଦ୍ଧ ଅଜା ଶୋଭା ସୋରି ଓ ଆଈ କ୍ଷୀରମଣି ସୋରି ଭିନ୍ନକ୍ଷମ ନାତି ଜଗଦୀଶଙ୍କୁ ସେବାଯତ୍ନ ସହ ଲାଳନପାଳନ କରି ଆସୁଛନ୍ତି। ନାତି ଜଗଦୀଶକୁ ନିଜର ସାଧ୍ୟ ମତେ ଚିକିତ୍ସା କରାଇଥିଲେ, ହେଲେ ଫଳପ୍ରଦ ହେଲାନାହିଁ। ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ଶିଶୁକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନ ଥିଲି, ବୁଧବାର ପଞ୍ଚାୟତ ପିଇଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଠାଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବା ପରେ ପ୍ରଶାସନିକ ସ୍ତରରେ ଯାହାବି ସହାୟତା ଓ ଚିକିତ୍ସା ସୁବିଧା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Share