Categories: ଜାତୀୟ

୧୫୦ ଫୁଟ ଗାତରୁ ୮ଘଣ୍ଟା ପରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ଆଗ୍ରା, ୧୪।୬: କଥାରେ ଅଛି ରଖେ ରହି ମାରେ କିଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରା ଫତେହାବାଦରୁ । ସୋମବାର ଏକ ୫ ବର୍ଷର ଶିଶୁ ୧୫୦ ଫୁଟ ଗଭୀର ବୋର୍‌ଓ୍ବେଲ୍‌କୁ ଖସିପଡ଼ିଥିଲା। ଦୀର୍ଘ ୮ଘଣ୍ଟାର ଧରି ଚାଲିଥିଲା ଉଦ୍ଦାର କାର୍ଯ୍ୟ। ବୋର୍‌ଓ୍ବେଲ୍‌ ଭିତରକୁ ଛଡ଼ାଯାଇଥିଲା ଅକ୍ସିଜେନ୍‌ । ଶେଷରେ ଶିଶୁଟିକୁ ଉଦ୍ଧାର କରିଥିଲେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସ୍ଥାନୀୟ ପୋଲିସ। ଶିବ ନାମକ ଏହି ଶିଶୁଟି ସୁସ୍ଥ ଥିବା ବେଳେ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।

Share