Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଧାରା ୩୭୬ ଏକ ବଳତ୍କାର ମାମଲା ରୁଜୁ କରିଛି।

ସୂଚନାନୁସାରେ, ପୀଡିତାଙ୍କ ପରିବାର ସଦସ୍ୟ କାମ କରିବାକୁ ଯାଇଥିବା ବେଳେ ନାବାଳିକା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ୧୩ ବର୍ଷ ନାବାଳକ ଜଣଙ୍କ ନାବାଳିକାଙ୍କୁ ଖେଳନା ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡାକି ନେଇଥିଲେ। ସେଠାରେ ଅନ୍ୟ ଜଣେ ୧୦ ବର୍ଷର ନାବଳକ ସହ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପରେ ନାବାଳିକାଙ୍କୁ ନିଜ ଘରେ ଛାଡି ଦୁହେଁ ଫେରାର ହୋଇ ଯାଇଥିଲେ। ନାବାଳିକା ଜଣଙ୍କ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ନାବାଳିକାଙ୍କ ମା’ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଉଭୟ ନାବାଳକଙ୍କୁ ଗିରଫ କରିଥିଲା।

 

Share