ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ। ତଥାପି ସାହାସୀ ପ୍ରତିଶ ରାତିସାରା ଟ୍ରେନ ଟ୍ରାକ କଡରେ ବସି ରହି ଶେଷରେ ନିଜ ପିତା ମାତାଙ୍କ ନିକଟକୁ ଫେରିଛନ୍ତି। ତାଳଚେର-ସମ୍ବଲପୁର ରେଳପଥ ରରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ବର୍ଷ ର ଶିଶୁ ଖସିପଡିଥିବା ବେଳେ ତାଙ୍କୁ ଆରପିଏଫ ଉଦ୍ଧାର କରିଛି। ଶିଶୁ ଟି ସଂପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁସାରେ ବ୍ରହ୍ମପୁରର ବାପା ମାନସ ହୋତା ତାଙ୍କର ୫ ବର୍ଷର ଶିଶୁପୁତ୍ର ପ୍ରିତିଶପ୍ରଜ୍ଞା ହୋତା ଓ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ସହ ଦୁର୍ଗ -ପୁରୀ ଏକ୍ସପ୍ରେସ ଟ୍ରେନରେ ଭୁବନେଶ୍ୱର ଯାଉଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପରିବାର ସମସ୍ତେ ଶୋଇପଡିଥିବା ବେଳେ ହଠାତ୍ ପୁଅ ପ୍ରିତିଶପ୍ରଜ୍ଞା ରେଢ଼ାଖୋଲ ଷ୍ଟେସନ ରୁ ୪କି.ମି ଦୂରତା ଅଙ୍ଗାରପଡା ଗାଁ ପାଖରେ ବଗିର କବାଟ ପାଖକୁ ଆସି ଅସାବଧାନତା ହୋଇ ଖସିପଡିଥିଲେ।

ତେବେ ସଂଯୋଗକୁ ଏହି ଧାରଣା ଦେଇ ଏକ ମାଲବାହୀ ଟ୍ରେନ ଯିବାବେଳେ ଶିଶୁଟି ଟ୍ରାକରେ ପଡିଥିବା ଦେଖି ରେଢ଼ାଖୋଲ ଷ୍ଟେସନକୁ ଖବର ଦେଇଥିଲେ, ଖବର ପାଇ ରେଢ଼ାଖୋଲ ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ଶିଶୁ କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ଏପଟେ ପୁଅକୁ ବଗିରେ ନପାଇ ବାପା ଓ ପରିବାର ଲୋକେ ଢେଙ୍କାନାଳ ଷ୍ଟେସନ୍ ରୁ ଓଲ୍ଲାଇ ୧୩୯ ନମ୍ବର ରେ ଆରପିଏଫ ହେଲ୍ପଲାଇନର ସାହାଯ୍ୟ ନେଇଥିଲେ, ରେଢ଼ାଖୋଲ ଆରପିଏଫ, ଶିଶୁ ର ପରିବାର ଲୋକକୁ ଯୋଗାଯୋଗ କରି ଜଣାଇଥିଲେ, ରେଢ଼ାଖୋଲ ମେଡିକାଲ ରେ ପୁଅ ପ୍ରିତିଶପ୍ରଜ୍ଞାକୁ ପରିବାର ଲୋକେ ପାଇ ତାକୁ ଘରକୁ ନେଇଥିଲେ, ଶିଶୁ ଟି ସୁସ୍ଥ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri