Categories: ଫୁରସତ

୩୫ ବର୍ଷ ପୁରୁଣା ଏହି ଗେମ୍‌ର ଜବରଦସ୍ତ ଚାହିଦା, ୮୫.୭୨ ଲକ୍ଷ ଟଙ୍କାରେ ବିକ୍ରି ହେଲା କପି

ସମୟ ସହିତ ଭିଡିଓ ଗେମ୍ସ ଦ୍ରୁତ ଗତିରେ ବଦଳି ଯାଇଛି। ଇତିହାସରେ ସବୁଠାରୁ ଲୋକପ୍ରିୟ ଭିଡିଓ ଗେମ୍‌ ହେଉଛି ସୁପର ମାରିଓ ବ୍ରୋଶ। ଖେଳ ଏତେ ଲୋକପ୍ରିୟ ଯେ ଏହାକୁ ପ୍ରସ୍ତୁତ କରିଥିବା ନିଣ୍ଟେଣ୍ଡୋ, ୨୦୧୭ ରେ ଖେଳର ଏକ ନୂତନ ସଂସ୍କରଣ ସୁପର ମାରିଓ ଓଡ଼ିଶୀ ଲଞ୍ଚ କରିଥିଲା। ଏହା ମଧ୍ୟ ହିଟ ହୋଇଗଲା। ଏବେ ଏହି ପୁରୁଣା ଖେଳର ଏକ ବିରଳ ସିଲ କପି ୧୧୪,୦୦୦ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହା ୮୫,୭୨,୨୬୭ ଟଙ୍କା ହେବ ବୋଲି ଜଣାପଡିଛି। ବିକ୍ରି ହୋଇଥିବା ଲୋକପ୍ରିୟ ସୁପର ମାରିଓ ବ୍ରୋସର ଏକ ସିଲ କପି ୧୯୮୫ରେ ରିଲିଜ ହୋଇଥିଲା। ଏକ ନିଲାମ ସମୟରେ ଏହି ଗେମ୍‌ର ମୂଲ୍ୟ ୧୧୪,୦୦୦ ଡଲାର ଥିଲା। ଗତ ବର୍ଷ ଅନ୍ୟ ଏକ ସୁପର ମାରିଓ ବ୍ରୋସ ଖେଳ କପି ୧୦୦,୧୫୦ ଡଲାର (ପ୍ରାୟ ୭୫,୩୦,୬୨୯ ଟଙ୍କା)ରେ ବିକ୍ରି ହୋଇଥିଲା। ଏହିପରି, ନୂତନ ନିଲାମରେ ବିକ୍ରି ହୋଇଥିବା ଗେମ୍‌ର ମୂଲ୍ୟ ପୂର୍ବ ତୁଳନାରେ ପ୍ରାୟ ୧୪,୦୦୦ଡଲାର (୧୦.୫ଲକ୍ଷ ଟଙ୍କା) ବୃଦ୍ଧି କରାଯାଇଛି।

Share