ବେଙ୍ଗାଲୁରୁ, ୧୪ା୩: ଦୀର୍ଘ ୫ ବର୍ଷ ସହମତିରେ ଯୌନ ସମ୍ପର୍କ ରଖିବା ପରେ ଏହାକୁ ଇଚ୍ଛା ବିରୋଧରେ ବୋଲି କୁହାଯାଇପାରିବ ନାହିଁ। କର୍ନାଟକ ହାଇକୋର୍ଟ ଏହା କହିବା ସହ ଏକ ବଳାତ୍କାର ଅଭିଯୋଗ ମାମଲାକୁ ଖାରଜ କରିଦେଇଛନ୍ତି। ଅଲଗା ରହୁଥିବା ଜଣେ ପ୍ରେମିକା ତାଙ୍କର ପୂର୍ବତନ ପ୍ରେମିକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଯୁବକ ଜଣକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ଯୌନ ସମ୍ପର୍କ ରଖିଥିଲେ ବୋଲି ଯୁବତୀ ଜଣକ ସ୍ବୀକାର କରିଛନ୍ତି। ପରେ ଯୁବକ ଜଣକ ପ୍ରେମିକାଙ୍କୁ ଛାଡ଼ି ଚାଲିଯିବାରୁ ସେ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ।