କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସ୍ଥାନୀୟ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ବୁଧବାର ଏକ ମାମଲାର ବିଚାର କରି ହରିଚନ୍ଦନପୁର ବ୍ଲକର ଖେଦପଡ଼ା ଗ୍ରାମର କୀର୍ତ୍ତନ ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ଓ ଦୁଇ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଅର୍ଥ ଅନାଦେୟ ଆଉ ୬ ମାସ ଜେଲ ଭୋଗିବାକୁ ହେବ।
ସୂଚନାଯୋଗ୍ୟ, ଘଟଣାଟି ୨୦୨୨ ମେ’ ୨୬ରେ ଘଟିଥିଲା। ଉକ୍ତ ଦିନ ଅପରାହ୍ନରେ ସୁକୁରୁମଣି ମୁଣ୍ଡା ନାମକ ଉକ୍ତ ଗ୍ରାମର ମହିଳା ପାଣି ଆଣିବାକୁ ପାଖ ନଳକୂପକୁ ଯାଉଥିବା ବେଳେ କୀର୍ତ୍ତନ ଏକ ଫାର୍ସାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା। ତାଙ୍କର ବେକ ଓ ହାତରେ କ୍ଷତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପରେ ତାଙ୍କ ସ୍ବାମୀ ଗଙ୍ଗାଧର ମୁଣ୍ଡା ହରିଚନ୍ଦନପୁର ଥାନାରେ ଏତଲା ଦେବା ପରେ ପୋଲିସ କୀର୍ତ୍ତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ଏହି ଦଣ୍ଡା ଦେଶ କରିଥିବା ସହକାରୀ ପବ୍ଲିକ ପ୍ରସିକ୍ୟୁଟର ଅଶୋକ ଦାସ ସୂଚନା ଦେଇଛନ୍ତି।