ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ…

ଆବୁଧାବି,୩୧।୭ : ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ । ସାଉଦି ଆରବରେ ସୋସିଆଲ ମିଡିଆ ଉପରେ ଏଭଳି ଆଇନ ଦ୍ୱାରା ୟୁଜର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହା ଦ୍ୱାରା ସୋସିଆଲ ମିଡ଼ିଆରେ ବିପୁଳ କ୍ଷତିର ହେବାର ଆଶଙ୍କା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ହ୍ବାଟସ ଆପ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ସାଇଟ ମାଧ୍ୟମରେ ଝିଇଙ୍କ ପାଖକୁ ହାର୍ଟ ଇମୋଜି ପଠାନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ।

ବାସ୍ତବରେ ସାଉଦି ଆରବ ପ୍ରଶାସନ ଏହି କାର୍ଯ୍ୟକୁ ନିର୍ଯାତନା ଭାବରେ ପରିଗଣିତ କରିବେ ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବେ।

ଏହି ନିୟମ ଅନ୍ୟ ଏକ ଇସଲାମିକ ଦେଶ କୁଏତରେ ମଧ୍ୟ କାର୍ଯ୍ୟକାରୀ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଖବର ଅନୁଯାୟୀ, କୁଏତରେ ଯଦି ଜଣେ ପୁରୁଷ ଝିଅଙ୍କ ପାଖକୁ ହାର୍ଟ ଇମୋଜି ପଠାଇବେ, ତେବେ ତାଙ୍କୁ ଦଣ୍ଡ ଭାବରେ ସର୍ବାଧିକ ୨ ହଜାର କୁଏତ ଦିନାର (ପ୍ରାୟ ୫ ଲକ୍ଷ ଭାରତୀୟ ଟଙ୍କା) ଜୋରିମାନା ଦେବାକୁ ପଡିବ।

କୁଏତ କେବଳ ଜୋରିମାନା ପର୍ଯ୍ୟନ୍ତ ଦଣ୍ଡାଦେଶ ଦେଇଥିବାବେଳେ ସାଉଦି ଆରବ ଏନେଇ ଅଧିକ କଠୋର ପଦକ୍ଷେପ ନେଇଛି ଏବଂ କାରାଦଣ୍ଡର ବ୍ୟବସ୍ଥା କରିଛି। ସାଉଦିର ଜଣେ ଝିଅଙ୍କ ପାଖକୁ ଏଭଳି ଇମୋଜି ପଠାଇଲେ ଏକ ଲକ୍ଷ ସାଉଦି ରିୟାଲ ( ୨୧ ଲକ୍ଷ ଟଙ୍କା) ଜୋରିମାନା ଏବଂ ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ପୁନରାବୃତ୍ତି ଅପରାଧୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ଏବଂ ୩ ଲକ୍ଷ ସାଉଦି ରିୟାଲ ( ୬୩ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ ।

Share