୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ବିମାନବନ୍ଦରରେ ଡ୍ୟାନ୍ସ କଲେ ପ୍ରେମିକା, ଭାଇରାଲ ହେଉଛି ଭିଡିଓ

ଓଟାଓ୍ବା,୯ା୧୧: କୁହାଯାଏ, ପ୍ରେମରେ ଥିବା ଲୋକମାନେ ପ୍ରାୟତଃ ନିଜ ସାଥୀମାନଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିବା ପାଇଁ ଅନନ୍ୟ ଉପାୟ ଖୋଜିଥାନ୍ତି। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ନିଜ ସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ଗ୍ରାଣ୍ଡ୍‌ ରୋମାଣ୍ଟିକ୍‌ ଅଙ୍ଗଭଙ୍ଗୀ କରୁଥିବା ଦେଖାଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଦୀର୍ଘଦିନର ଦୂରତା ପରେ ପ୍ରେମିକଙ୍କୁ ଭେଟିବା ପାଇଁ ବିମାନବନ୍ଦର ଯାଇଥିଲେ। ୫ ବର୍ଷ ପରେ ପ୍ରେମିକଙ୍କୁ ଦେଖି ସେ ଏତେ ଖୁସି ହୋଇଯାଇଥିଲେ ଯେ, ଡ୍ୟାନ୍ସ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ।

 

ଭିଡିଓଟି କାନାଡାର ଏକ ବିମାନବନ୍ଦରରେ ହୋଇଛି। ଜଣେ ଯୁବକ ଲଗେଜ ଧରି ବିମାନବନ୍ଦରରେ ଅବତରଣ କରୁଥିବା ଦେଖାଯାଉଛି। କିଛି ଲୋକ ତାଙ୍କୁ ସ୍ବାଗତ କରି ଆଲିଙ୍ଗନ କରୁଛନ୍ତି ଏବଂ ତାଙ୍କୁ ଗୋଲାପ ମଧ୍ୟ ଦେଉଛନ୍ତି। କିନ୍ତୁ ସେ ଯେତେବେଳେ ବାହାରକୁ ଯାଉଛନ୍ତି ତାଙ୍କ ପ୍ରେମିକା ଶେର୍‌ଶାହା ଫିଲର ‘ରତନ ଲମ୍ବିଆଁ’ ଗୀତରେ ଏକ ସୁନ୍ଦର ଡ୍ୟାନ୍ସ କରି ତାଙ୍କୁ ସ୍ବାଗତ କରୁଛନ୍ତି। ସେଠାରେ ତାଙ୍କୁ ଖୁବ୍‌ ଜୋର୍‌ରେ ଜାବୁଡ଼ି ଧରୁଛନ୍ତି।

ନିକି ଶାହା ନାମକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଦୀର୍ଘଦିନ ଦୂରତାର ସମ୍ପର୍କ ସାଧାରଣ ଭଳି ଆଶ୍ଚର୍ଯ୍ୟଜନକ। ମୋତେ ତାହା ପ୍ରମାଣ କରିବାକୁ ଦିଅ।’

Share