Categories: ଜାତୀୟ

ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌…

ଶ୍ରୀନଗର,୧୧।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ପୁଞ୍ଚ୍‌ ଜିଲାର ସୁରନ୍‌କୋଟ ଅର୍ନ୍ତଗତ ରାଜୌରୀ ସେକ୍ଟରର ଚମରେର୍‌ ସ୍ଥିତ ଜଙ୍ଗଲରେ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ସମୟରେ ଯବାନମାନେ ଶହୀଦ୍‌ ହୋଇଛନ୍ତି।

ପୀର୍‌ ପଞ୍ଜାଲ ପାହାଡ଼ରେ ଥିବା ଜଙ୍ଗଲ ମଧ୍ୟରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା।

ସ୍ଥାନୀୟ ମୋଗଲ ରୋଡ୍‌ଠାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାର ଆଶଙ୍କା ରହିଥିବା ଗୁପ୍ତ ସୂଚନା ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିଲା। ସତର୍କ ସୂଚନା ଆଧାରରେ ସର୍ଚ୍ଚ ଅପରେଶନ୍‌ ସୋମବାର ସକାଳେ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି।

Share