୧୨୯ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର

ପାରାଦୀପ,୧୧।୮(ଶରତ ରାଉତ): ପାରାଦୀପ ବନ୍ଦର ଚଳିତ ଆର୍ଥିକବର୍ଷର ମାତ୍ର ୧୨୯ ଦିନ ମଧ୍ୟରେ ରେକର୍ଡ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଏହା ପୂର୍ବ ବର୍ଷ ତୁଳନାରେ ୬୫% ଅଭିବୃଦ୍ଧି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଏତିକି ପଣ୍ୟ କାରବାର ପାଇଁ ୧୪୦ ଦିନ ଲାଗିଥିଲା। ଚଳିତବର୍ଷ ଅଗଷ୍ଟ ୮ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇଛି। ଏହି ସମୟ ମଧ୍ୟରେ ୯୪୨ ପଣ୍ୟବାହୀ ଜାହାଜ ବନ୍ଦର ମଧ୍ୟରେ ପଣ୍ୟ ବୋଝେଇ ଖଲାସ କରିଛି। ପାରାଦୀପ ବନ୍ଦରର ଏପରି ସଫଳତା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ବନ୍ଦର କର୍ମଚାରୀ, ଶ୍ରମିକ, ବ୍ୟବହାରକାରୀ ସଂସ୍ଥା ପ୍ରମୁଖଙ୍କୁ ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧ କୃତଜ୍ଞତା ଜଣାଇଛନ୍ତି।

Share