ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା,୨୦।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ପକ୍ଷରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ ଗଛ ପ୍ରାୟ ୫୦ ଏକରକୁ ନଷ୍ଟ କରିଥିବା ଜଣାପଡିଛି। ଅନ୍ୟପଟେ, ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ ଚାଷକୁ ନେଇ ବାଲିଗୁଡା ଥାନା କେଶ ନଂ. ୪୩/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଚଢ଼ାଉରେ ବାଲିଗୁଡା ଥାନା, ଅବକାରୀ ବିଭାଗ, ଓ ଶ୍ରମିକ ସାମିଲ ଥିଲେ। ଏଥିସହ ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

Share