Categories: ଜାତୀୟ

ଜେଡିୟୁ-ଭାଜପା ସପକ୍ଷରେ ୫୦% ବିହାରୀ

ନୂଆଦିଲ୍ଲୀ,୨୩ା୧୦ (ଆଇଏଏନ୍‌ଏସ୍‌):ବିହାରରେ କ୍ଷମତାସୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମେଣ୍ଟ ସରକାର ଉପରେ ୫୦% ଲୋକ ସନ୍ତୁଷ୍ଟ ଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ୫୭% ଉତ୍ତରଦାତାଙ୍କ ମତରେ ଶାସକ ଦଳ ଉପରେ ସେମାନେ ସନ୍ତୁଷ୍ଟ ଅଛନ୍ତି। ୩୪% ଲୋକ କିଛି ମତ ଦେଇ ନ ଥିବାବେଳେ ୧୦% ଅସନ୍ତୁଷ୍ଟ ଥିବା କହିଛନ୍ତି। ବିହାରର ୨୮ ଜିଲାରେ ମାର୍କେଟ ଗବେଷଣା ସଂସ୍ଥା ମାର୍କେଟ ଏକ୍ସେଲ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

Share